ବ୍ୟୁରୋ: ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହୋଇଛି କାଳିମାଡ । ଆଜି ୫-ଟି ସଚିବ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଯୁବକ କାଳିମାଡ କରିଛନ୍ତି ।

୫-ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଉପରକୁ ମଧ୍ୟ ଏହି କାଳିମାଡ ହୋଇଛି। କାଳିମାଡ କରିଥିବା ଯୁବକଙ୍କୁ ପୋଲିସ କାବୁ କରିଛି। ବର୍ତ୍ତମାନ ସୁଦ୍ଧା କାଳିମାଡ଼ କରିଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। ଯୁବକ ଜଣଙ୍କ କାହିଁକି  ୫-ଟି ସଚିବଙ୍କ ଉପରକୁ କାଳି ମାଡ଼ କଲେ, ତାର ଖୋଳତାଡ଼ କରୁଛି ପୋଲିସ। ।  ୫-ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ପୁରୀ ଗସ୍ତରେ ରହିଥିଲେ ।

Leave a Reply

Your email address will not be published. Required fields are marked *