ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପଧାନସାହି ଛକରେ ଆଜି ମୋ ବସ୍ ସହ ବାଇକ ଚଳକଙ୍କର ହୋଇଛି ମୁହାଁମୁହିଁ ଧକ୍କା। ଆଉ ଘଟଣା ସ୍ଥଳରେ ଚାଲିଯାଇଛି ବାଇକ ଚାଳକଙ୍କ ଜୀବନ । ସୂଚନା ଅନୁସାରେ ଅପରାହ୍ନ ସମୟରେ ମୋ ବସ୍ ଚାଳକ ଯାତ୍ରୀଙ୍କୁ ନେଇ ବସ୍ ରେ ଭୁବନେଶ୍ୱରରୁ ସୁନ୍ଦରପଦା ଦେଇ ଜଟଣୀ ଆଡକୁ ଆସୁଥିବା ବେଳେ , ଜଟଣୀ ଆଡୁ ଭୁବନେଶ୍ୱର ଅଭିମୁଖେ ବାଇକ ନେଇ ଯାଉଥିଲେ ଯୁବକ। ପଧାନସାହି ଛକ ନିକଟରେ ବାଇକ ଚଳକଙ୍କ ସହ ମୋ ବସର ହୋଇଥିଲା ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ, ମୋ ବସର ଡ୍ରାଇଭର ଓ କଣ୍ଡକ୍ଟର ଉଭୟ ଫେରାର ହୋଇ ଯାଇଛନ୍ତି । ଏୟାରଫିଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ, ସ୍ଥାନୀୟ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦକା ଥାନା ଅଧିନ ଅନ୍ଧାରୁଆ ଗ୍ରାମର ପୁରୁଷୋତ୍ତମ ପାତ୍ରଙ୍କ ପୁଅ ରାଖେଲ୍ ପାତ୍ର।  ମୋ ବସ୍ ଡ୍ରାଇଭର ମାନଙ୍କ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ, ପୂର୍ବରୁ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ତେଣୁ  ମୋ ବସ୍ ଡ୍ରାଇଭରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *