ବ୍ୟୁରୋ:  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଶୁକ୍ରବାର ପ୍ରଶାନ୍ତଙ୍କ ସରକାରୀ ବାସଭବନ ସହ ୯ଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା।

ପ୍ରଶାନ୍ତ ଠାରୁ ୫ କୋଟି ଟଙ୍କାରୁ ଅଧିକ ସଂପତ୍ତି ଠାବ ହୋଇଛି। ଭିଜିଲାନ୍ସ ବିଭାଗ ଚଢ଼ାଉ ବେଳେ ୩ କୋଟିରୁ ଅଧିକ ନଗଦ ଟଙ୍କା, ୫ଟି ପ୍ଲଟ, ୨ଟି ଦାମୀ କାର୍, ଭୁବନେଶ୍ବରରେ ବିଲଡିଂ ଏହା ସହ ଅନେକ ବେନାମୀ ଆକାଉଣ୍ଟର ସନ୍ଧାନ ପାଇଛି। ଭିଜିଲାନ୍ସ ରାଉତଙ୍କ ଘରୁ ବିପୁଳ ପରିମାଣର ସୁନା ଅଳଙ୍କାର, ସୁନା ବିସ୍କୁଟ, ଅନେକ ବ୍ୟାଙ୍କ ଏଟିଏମ୍ କାର୍ଡ ଜବତ କରିଛି।

ଏହା ସହ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପ୍ରଶାନ୍ତକୁ ଗିରଫ କରି କୌର୍ଟ ଚାଲାଣ  କରାଯାଇଥିବାବେଳେ। ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସୂଚନା ଅନୁଯାୟୀ ରାଉତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ବର୍ତ୍ତମାନ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ବେଳେ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି।

Leave a Reply

Your email address will not be published. Required fields are marked *