Advertisement

ଖୋର୍ଦ୍ଧା, ୨୮/୧୧: ଖୋର୍ଦ୍ଧା ଜିଲ୍ଲା ଆଥେଲେଟିକ ଷ୍ଟାଡିୟମ୍ ରେ   ତିନି ଦିନ ଧରି ଚାଲିଥିବା ସିଗମା ପବ୍ଲିକ ସ୍କୁଲ ର  ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଉପାଧ୍ୟକ୍ଷ ଶୌର୍ଯ୍ୟ ରଂଜନ ମହାନ୍ତି, କାଉନସିଲର ପ୍ରବୀଣା ଜଗଦେବ, ଏବଂ କାଉନସିଲର ଅମିୟ କୁମାର ମହାନ୍ତି ଯୋଗ ଦେଇଥିଲେ। ଅନୁଷ୍ଠାନର ଏକାଡେମିକ ଡିନ୍ ବନଦୁର୍ଗା ଶାହାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ  ଚେୟାରମ୍ୟାନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଏବଂ ଅନ୍ୟ ଅତିଥି ମାନେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା କ୍ରୀଡ଼ାବିତ୍ ମାନଙ୍କୁ ସ୍ୱର୍ଣ୍ଣ ପଦକ , ରୌପ୍ୟ ପଦକ ଏବଂ ବ୍ରୋଞ୍ଚ ପଦକ ସହ ମାନପତ୍ର ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଶୃଙ୍ଖଳା ରକ୍ଷା କରି  ନିଜର ଯୋଗ୍ୟତା ହାସଲ କରିବା ଉଚିତ ବୋଲି ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୪୦୦ମିଟର୍ ଦୌଡ, ୨୦୦ମିଟର୍, ୧୦୦ମିଟର୍ ଦୌଡ଼, ୫୦ମିଟର୍ ଦୌଡ, ମିଉଜିକ ଚେୟାର, କ୍ରିକେଟ ବଲ ଥ୍ରୋ, ଲମ୍ବ ଡିଆଂ, , ସ୍କିପିଙ୍ଗ , ଛୁଞ୍ଚି ସୂତା  ଦୌଡ, , ଅଖା ଦୌଡ, ସର୍ଟ  ଫୁଟ ଥ୍ରୋ ,  ଇତ୍ୟାଦି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ତିନୋଟି ସ୍ଥାନ ହାସଲ କରି ଅତିଥି ମାନଙ୍କ ଠାରୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ସହିତ ପ୍ରମାଣ ପତ୍ର ହାସଲ କରିଥିଲେ। ୪ଟି ବିଭାଗ ରେ ପ୍ରଥମ ସ୍ଥାନ ହାସଲ କରି ଚଳିତ ବର୍ଷ ର ଚାମ୍ପିଅନ  ଭାବେ ଯୁନୁମୁନି ପ୍ରଧାନ ମେଡାଲ ସହ ଟ୍ରଫି ଗ୍ରହଣ କରିଥିଲା। ଶିକ୍ଷୟତ୍ରୀ , ଲିମନ ବଡ଼ଜେନା,ଏବଂ ରଚିତ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ  ଡ୍ରିଲ୍ ପ୍ରଦର୍ଶନ କରିଥିଲେ। ସାଇଶ୍ରୀ ମହାପାତ୍ର, ଏବଂ ଅଭିଲିପସା ମାଝୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ର ଛାତ୍ରୀ ଯୋଷିକା ଜାଗୃତି, ଶୁଭଲକ୍ଷ୍ମୀ ଦାସ କରାଟେ ପ୍ରଦର୍ଶନ କରିଥିଲେ। ମାନସ ମହାପାତ୍ର, ଦୀପ୍ତି ରଞ୍ଜନ ରଣା, ବିରଞ୍ଚି ନାରାୟଣ ପଣ୍ଡା, ବସନ୍ତ ଖୁଣ୍ଟିଆ, ସୁମିତା ତ୍ରିପାଠୀ, ରଚିତା ସ୍ୱାଇଁ,  ସନ୍ଧ୍ୟାରାଣୀ ବିଶ୍ୱାଳ, ବର୍ଣାଳୀ ମାଜୀ, ରଶ୍ମି ରଞ୍ଜନ ବାରିକ, ପ୍ରମୁଖ ବାର୍ଷିକ କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *