Advertisement

ଜଟଣୀ, ୨୦।୧୧: ଜଟଣୀ ପୌରାଞ୍ଚଳ ଅଧିନ ବିଡିଏ କଲୋନୀ, ଗୀତା ଭବନ ପରିସରରେ, ଷଷ୍ଠ ବାର୍ଷିକ ଶ୍ରୀରାମ  ଶ୍ରୀରାମ ଚରିତ ମାନସ  ନବାହ୍ନ ପାରାୟଣ, ପ୍ରବଚନ ଓ ଜ୍ଞାନଯଜ୍ଞ ଉଦଯାପିତ ହୋଇଛି। ଗତ ୧୧ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ୨୦ ତାରିଖରେ ଉଦଯାପିତ ହୋଇଛି।

ପ୍ରଥମ ଦିବସରେ ଜଟଣୀ ର ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପ୍ରତିଦିନ ସକାଳ ୭ଘଟିକା ରେ ସୂର୍ଯ୍ୟ ପୂଜା ହେବା ସହ ପୂଜ୍ୟ ସନ୍ଥ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମ ଚରିତ ମାନସ ପଠନ ହୋଇଥିଲା। ସନ୍ଧ୍ୟା ୭ଟା ସମୟରେ ଆଳତୀ ହୋଇସାରିବା ପରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରବଚକ ଅନ୍ତର୍ଯ୍ୟାମୀ ଦାସ ମହାରାଜ, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ମହନ୍ତ ସଦାନନ୍ଦ ଦାସ ମହାରାଜ, ପଣ୍ଡିତ ବୈଦ୍ୟନାଥ ମିଶ୍ର, ପଣ୍ଡିତ ଅଶୋକ କୁମାର ଦାସ ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀରାମ କଥା ଶ୍ରବଣ କରାଇଥିଲେ।

ଶେଷ ଦିବସରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଡିଏ କଲୋନୀ, ଗୀତା ଭବନର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *