Advertisement

ଖୋର୍ଦ୍ଧା, ୧୪/୧୧: ଖୋର୍ଦ୍ଧା ବିଡ଼ିଏ କଲୋନୀ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଏକାଡେମିକ୍ ଡିନ୍ ବନଦୁର୍ଗା ଶାହାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଯୋଗ ଦେଇଥିଲେ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାମନ୍ତରାୟ  ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଆଜିର ଶିଶୁ ମାନଙ୍କ ଉପରେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଆଧୁନିକ ଭାରତ ବର୍ଷର ବିକାଶ ନିର୍ଭର ଶୀଳ, ତେଣୁ ଶିଶୁ ମାନେ ସୁ ନାଗରିକ ହେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଶିକ୍ଷକ  ଶିକ୍ଷୟତ୍ରୀ ମାନେ ସମବେତ ଶିଶୁ ବନ୍ଦନା ଗାନ କରି ପୁଷ୍ପ, ଚନ୍ଦନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବନ୍ଦାପନା କରିଥିଲେ। ଅନେଶ୍ୱାତା ପଟ୍ଟନାୟକ ଏବଂ ଲିମନ୍ ବଡ଼ଜେନା ଙ୍କ ସଂଯୋଜନାରେ କୁନି କୁନି ପିଲାମାନେ ଫ୍ୟାନ୍ସି ଡ୍ରେସ  ପିନ୍ଧି ଅଭିନୟ କରିଥିଲେ।

ଶିଶୁ ଦିବସ ଉପଲକ୍ଷେ ପୋଷ୍ଟର୍ ମେକିଙ୍ଗ, ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ଏକକ ଅଭିନୟ, ରାଇମ୍ସ, ମେହେନ୍ଦି, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଭାବେ ଶ୍ରିତିକା ମହାନ୍ତି, ସିବଂସ୍ ତ୍ରିପାଠୀ, ଆରିସ ଖାଁ, ମିହିର ରଞ୍ଜନ ସାହୁ, ସୁଧାଂଶୁ ବିଶ୍ୱାଳ, ପଦ୍ମିନୀ ଜେନା, ଶୁଭଲକ୍ଷ୍ମୀ ସାହୁ, ଏନ୍ ଅମିୟ  ଡୋରା, ରୀୟନ୍ସି ଦାସ, ପ୍ରମୁଖଙ୍କୁ  ଅଧ୍ୟକ୍ଷା ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବକୁ ସୁମିତା ତ୍ରିପାଠୀ, ତୁଷାର କାନ୍ତ ମହାନ୍ତି, ବସନ୍ତ କୁମାର ଖୁଣ୍ଟିଆ, ବିରଞ୍ଚି ନାରାୟଣ ପଣ୍ଡା, ରଶ୍ମି ରଞ୍ଜନ ବାରିକ, ମାନସ ରଞ୍ଜନ ମହାପାତ୍ର, ବର୍ଣାଳୀ ମାଜୀ, ଶୁଭଦର୍ଶିନୀ ଦାସ, ଦୀପ୍ତି ରଞ୍ଜନ ରଣା ପ୍ରମୁଖ ପରିଚାଳନା କରିଥିଲେ। ସ୍କୁଲ ର ଅଭିଭାବକ ବୃନ୍ଦଙ୍କ ଦ୍ଵାରା ସ୍ୱାଦିଷ୍ଟ, ହାଇଜେନିକ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *