ଜଟଣୀ: ଜଟଣୀ ବିଜେଡି ତରଫରୁ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରାଯାଇଛି।

ଜଟଣୀ ବିଜେଡିର କର୍ମୀ ମାନେ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ।  ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏଥିରେ ଜଟଣୀ ପୋୖର ପରିଷଦର ନଗରପାଳ ଅନନ୍ତ ବେହେରା, କୁନେଇ ମହାପାତ୍ର, ଆଶୁତୋଷ ପ୍ରତାପ ସିଂହ, ଅନନ୍ତ ଶତପଥୀ, ବୀର ନାରାୟଣ ସେଠୀ, ବିଘ୍ନେଶ ବଳବନ୍ତରାୟ, ନମିତା ପାଲ, ଜଟାଧାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *