Advertisement

ଜଟଣୀ,୭/୯: ଆଉ କିଛି ସମୟ ପରେ ଜଟଣୀରେ ଆରମ୍ଭ ହେବ ପ୍ରଭୁ ଗଜାନନଙ୍କ ମେଲାଣି ଉତ୍ସବ। ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଦୀର୍ଘ ୧୧ ଦିନ ପରେ ଆଜି ପୂର୍ଣ୍ଣିମା ତିଥିରେ ଉଦଯାପିତ ହେବାକୁ ଯାଉଛି। ଗଣେଶ ଭସାଣି ଦେଖିବାକୁ ଜଟଣୀ ଆଖ ପାଖ ଅଞ୍ଚଳରୁ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଜଟଣୀ ଆସିବେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କ ତତ୍ୱବଧାନରେ  ୫୦ ଜଣ ଅଫିସର, ୨୦ ଜଣ WC ଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ, ବୋଲି ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ବାଳ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *