Advertisement

ଜଟଣୀ,୬/୯: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଜଟଣୀ ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜଟଣୀର ବରିଷ୍ଠ ଅଧିବକ୍ତା ରବି ନାରାୟଣ ସାମନ୍ତରାୟ, ଅବନୀ କୁମାର ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ , ବୀରେନ୍ଦ୍ର ପଟ୍ଟନାୟକ , କୈଳାଶ ଶର୍ମା ,ଅକ୍ଷୟ କୁମାର ସାହୁ ଓ ସଂଜୀବ ଦାସଙ୍କୁ ପାରମ୍ପରିକ ରୀତି ଅନୁସାରେ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ଗୁରୁ ପୂଜନ କରାଯାଇଥିଲା । ବରିଷ୍ଠ ଅଧିବକ୍ତାମାନେ ନିଜ ନିଜର ଓକିଲାତି ଜୀବନର  ଅଭିଜ୍ଞତା ବିଷୟରେ ବକ୍ତବ୍ୟ ଦେଇଥିଲେ।  ଏହି କାର୍ଯ୍ୟକ୍ରମକୁ ଜଟଣୀ ଅଧିବକ୍ତା ପରିବାରର ଆବାହକ ରଶ୍ମି ରଞ୍ଜନ ମହାନ୍ତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶରତ ଚନ୍ଦ୍ର ପାଇକରାୟ, ବାଉରୀ ବନ୍ଧୁ ସାହୁ, ଶିବ ପ୍ରସାଦ ରଥ , ଦେବବ୍ରତ ପାଢ଼ୀ, ଅକ୍ଷ୍ୟାଂଶୁ ଶେଖର ନାୟକ , ବିଜୟ ମହାପାତ୍ର , କାଶୀନାଥ ପ୍ରଧାନ ,ଅରୁଣ କୁମାର ସାହୁ , ରବି ପଣ୍ଡା, ପ୍ରକାଶ ଜେନା , ସୁଚିତ୍ର ସାହୁ , ଦିପ୍ତିମୟୀ ବଳ, ତୁମୁଡୁ ଶ୍ରୀନିବାସ ରାଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *