ବ୍ୟୁରୋ: ଶୁକ୍ରବାର ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ବାହାନଗାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେମାନଙ୍କ ସହ ଅଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ, 5T ସଚିବ ଭି.କେ. ପଣ୍ଡିଆନ ଓ ସମସ୍ତ ବରିଷ୍ଠ ଅଧିକାରୀ।

ସମସ୍ତ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ, ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଆହତ ମାନଙ୍କୁ କିପରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ତା ଉପରେ ଆଲୋଚନା କରିଛନ୍ତି।

ଏବେ ମଧ୍ୟ ଟ୍ରେନ ବଗିରୁ ଫଶିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଆହତ ଲୋକମାନଙ୍କୁ ବାଲେଶ୍ଵର, ସୋର, ଭଦ୍ରକ ସହ କଟକ ବଡ଼ ମେଡିକାଲ ରେ ଚିକିତ୍ସା ଚାଲିଛି। ଦରକାର ପଡ଼ିଲେ ଆହତ ମାନଙ୍କୁ ଅନ୍ୟ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ।

ରେଳମନ୍ତ୍ରୀ ମୃତକଙ୍କୁ 10ଲକ୍ଷ ଟଙ୍କା, ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ 2ଲକ୍ଷ ଟଙ୍କା , ସାମାନ୍ୟ ଆହତଙ୍କୁ 50ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି

Leave a Reply

Your email address will not be published. Required fields are marked *