ଜଟଣୀ,୭/୪: ଜଟଣୀ ଶ୍ରୀ ବିଶ୍ୱନାଥ ଦେଵଙ୍କ ମନ୍ଦିର ପରିସରରେ ତିନି ଦିନ ଧରି ଚାଲିଥିବା ଶ୍ରୀ ଅଷ୍ଟପ୍ରହରି ନାମଯଜ୍ଞ ଆଜି ଉଦଯାପିତ ହୋଇଛି। ଗତ ୫ ତାରିଖ ଅଶୋକାଷ୍ଟମୀରେ ଶୁଭାଧିବାସ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ନବମୀରେ ଆହୋରାତ୍ର ଅଖଣ୍ଡ ହରିନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଆଜି ଦଶମୀରେ ଶ୍ରୀ ନଗର ସଂକୀର୍ତ୍ତନ ସରିବା ପରେ ଦଧି ହାଣ୍ଡି ଭଙ୍ଗା ନୀତି ଅନୁଷ୍ଠିତ ହୋଇ ଅଷ୍ଟପ୍ରହରି ନାମଯଜ୍ଞ ଉଦଯାପିତ ହୋଇଥିଲା। ଶ୍ରୀ ବିଶ୍ୱନାଥ ଦେବ ନଦିଆ ସଂକୀର୍ତ୍ତନ ପ୍ରେମୀ ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *