Advertisement

ବ୍ୟୁରୋ: ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ମହାସମାରୋହରେ ଭୁବନେଶ୍ୱର ବିପିନ ବିହାରୀ ଚୌଧୁରି ବଧିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦପତ୍ର ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ  ଏହି ଉତ୍ସବ ଆୟୋଜିତ ହୋଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବ କୁ ଉଦଘାଟନ କରିଥିଲେ।  ଏହି ଉତ୍ସବରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କିପରି ଦିବ୍ୟାଙ୍କ ମାନେ ଆଗକୁ ବଢ଼ିବେ ନିଜର ମତ ରଖିଥିଲେ।  ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୋ ପରିବାର ଓ ମହାବୀର ସେନାର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ, ସୁଶାନ୍ତ ପଟ୍ଟନାୟକ, ନିରଂଜନ ପାତ୍ର, ଭାଗ୍ୟଧର ମହାପାତ୍ର, ଭାରତୀ ସିଂହ, ରାଣୀ ମହାରଣା, ମନୋରଞ୍ଜନ ଜେନା, ଶିବୁନା ମହାପାତ୍ର, କ୍ରିଷ୍ଣା ମିଶ୍ର, ହିମାଂଶୁ ନାୟକ ଓ ‘ମହାବୀର ସେନା’ର ସଭାପତି ଶୁଭ୍ରାଂଶୁ କୁମାର,ଵିନତୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *