ବ୍ୟୁରୋ: ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ଜାରି ହେଲା ଟୋଲ ଫ୍ରି ନଂ । ସୁଭଦ୍ରା ଯୋଜନାର ଟୋଲ ଫ୍ରି ନଂ ହେଉଛି ୧୪୬୭୮ । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଏହି ଟୋଲ ଫ୍ରି ନଂ ଜାରି କରାଯାଇଛି । ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, ସିଆର୍‌ପି, ଏମବିକେ ଓ ଆଉଟସୋରସିଙ୍ଗ ସଂସ୍ଥା ଦ୍ଵାରା ନିଯୁକ୍ତ ମହିଳା କର୍ମଚାରୀମାନେ ମଧ୍ୟ ସୁଭଦ୍ରା ଯୋଜନାରେ ମଧ୍ୟ ଆବେଦନ କରିପାରିବେ । ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ସମୟସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ । ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧ‌ିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥ‌ିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ/ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ଵାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *