Advertisement

ବ୍ୟୁରୋ: ପୋଲିସକୁ ଧକ୍କା ଦେଇ ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଛି କଏଦୀ। ଝରପଡା ଜେଲରୁ ଖୋର୍ଦ୍ଧା ପୋସ୍କ କୋର୍ଟକୁ ଶୁଣାଣି ପାଇଁ  ଆସିଥିବା କଏଦୀ ଆଜି ଖୋର୍ଦ୍ଧା କୋର୍ଟ ଭିତରେ ପୋଲିସକୁ ଧକ୍କା ମାରି ଚମ୍ପଟ ହୋଇଯାଇଛି। ଫେରାର କଏଦୀ ଜଣଙ୍କ ହେଉଛି କୁକୁଡି ଥାନା ଅଞ୍ଚଳର ସୁକାନ୍ତ ନାୟକ।  ଆଜି ପୋଲିସ୍ ସୁକାନ୍ତକୁ ଶୁଣାଣି ପାଇଁ ଝରପଡା ଜେଲରୁ ଖୋର୍ଦ୍ଧା ପୋସ୍କ କୋର୍ଟକୁ ଆଣିଥିଲା। କୋର୍ଟ ଭିତରେ ପୋଲିସକୁ ଧକ୍କା ମାରି ସୁକାନ୍ତ ଚମ୍ପଟ ମାରିଛି। ସୁକାନ୍ତକୁ ଧରିବାକୁ ଖୋର୍ଦ୍ଧା ପୋଲିସ ସହ କମିଶନରେଟ ପୋଲିସ ଉଦ୍ୟମ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *