Advertisement

ଭୁବନେଶ୍ୱର,୧୫/୭: ସୋସାଇଟି ଫର୍ ଚିଲଡ୍ରେନ (ସୋଚ୍) ପକ୍ଷରୁ ଆୟୋଜିତ ୩ ମାସିଆ Residential Education Bridge Courseର ସମାପନ ଉତ୍ସବ ଆଜି ଭୁବନେଶ୍ୱର ସ୍ଥିତ ପୁନର୍ବାସ କେନ୍ଦ୍ରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ବସ୍ତିରୁ ସୋଚ୍ ଦ୍ୱାରା ଚିହ୍ନଟ କରାଯାଇଥିବା ୨୦ ଜଣ ଶିଶୁ କନ୍ୟା ଏହି ୯୦ ଦିନିଆ ଆବାସିକ ଶିକ୍ଷା ବ୍ରିଜ୍ କୋର୍ସରେ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କୁ ଔପଚାରିକ ଶିକ୍ଷା ସହିତ ଜୀବନ କୌଶଳ, ବ୍ୟକ୍ତିତ୍ୱ ବିକାଶ, ଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ନୈତିକ ମୂଲ୍ୟବୋଧ ଏବଂ ସମାଜର ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ଉଠିବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶିକ୍ଷାରୁ ବଞ୍ଚିତ ଶିଶୁମାନଙ୍କୁ ପୁନର୍ବାର ଶିକ୍ଷାର ମୂଳଧାରାକୁ ଫେରାଇ ଆଣିବା ଏବଂ ସେମାନଙ୍କ ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଏହି ସମାପନ ଉତ୍ସବରେ ସୋଚ୍ ର ଚେୟାରପର୍ସନ ଓ ଗଭର୍ଣ୍ଣିଂ ବଡି ସଦସ୍ୟ ଗୋଲୋକ ବିହାରୀ ସିଂହ, ଟ୍ରେଜରର ଗୋବର୍ଦ୍ଧନ ବିଶ୍ୱାଳ, ପ୍ରଫେସର ଡ଼ଃ ଦେବାଶିଷ ମହାପାତ୍ର, ଚିନ୍ମୟ ପ୍ରସାଦ ସାହୁ, ରାଜେଶ ରଞ୍ଜନ ବେହେରା, ଆଡଭୋକେଟ, ଅବସରପ୍ରାପ୍ତ ସହକାରୀ ପ୍ରାଧ୍ୟାପିକା ଇନ୍ଦିରା ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ ସୋଚ୍ ର ଏହି ଉଦ୍ୟମକୁ ପ୍ରଶଂସା କରି ସମାଜର ବଞ୍ଚିତ ଶିଶୁମାନଙ୍କ ଉନ୍ନତି ପାଇଁ ଏପରି ପ୍ରୟାସ ନିରନ୍ତର ଜାରି ରହିବାକୁ ଆଶା ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର କର୍ମକର୍ତ୍ତା, କର୍ମଚାରୀ, ଶିକ୍ଷକ, ଅଭିଭାବକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ। 

Advertisement

Leave a Reply

Your email address will not be published. Required fields are marked *