Advertisement

ବ୍ୟୁରୋ : ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ପ୍ରସନ୍ନ ରଥ, ଉପସଭାପତି ସରୋଜ ବଳିଆରସିଂ ଯୋଗଦେଇଥିଲେ।

ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ଜେନା ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୮୨୮ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ଖେଳକୁଦରେ ୩୫୮ ଜଣ ଛାତ୍ର ଛାତ୍ରୀ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ।

ଶିଶୁ ବର୍ଗରେ ଅମିତ୍ କୁମାର ସାହୁ ଓ ଲିପ୍ସରାଣୀ ସାହୁ, ବାଲ ବର୍ଗରେ ସତ୍ୟଜିତ୍ ମୁଦୁଲି ଓ ସିପ୍ରା ଶ୍ଵେତପଦ୍ମା ନାୟକ, କିଶୋର ବର୍ଗରେ ଚନ୍ଦ୍ର ଶେଖର ବାରିକ ଓ ଇତିଶ୍ରୀ ଶୁଭଦର୍ଶିନୀ ଚାମ୍ପିଅନ ହୋଇଥିଲେ।

ଛାତ୍ରଛାତ୍ରୀ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉତ୍ସବକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *