ବ୍ୟୁରୋ: ଜଟଣୀ ବୁଢାପଡା ଗ୍ରାମର ଜଣେ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଜଟଣୀ ଥାନାରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବୁଢାପଡା ଗ୍ରାମର  ରତ୍ନାକର ଭୋଇ। ସୂଚନା ଅନୁଯାଇ ସୋମବାର ରାତି ୯ଟା ସମୟରେ ବୁଢାପଡା ମଙ୍ଗଳା ମନ୍ଦିର ନିକଟ ରାସ୍ତା ଉପରେ ରତ୍ନାକର ଚେତାଶୂନ୍ୟ ପଡ଼ିଥିଲେ। ତାଙ୍କ ହାତରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା । ପରିବାର ଲୋକ ତାଙ୍କୁ ସେଠାରୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ରତ୍ନାକରଙ୍କ ଭଉଣୀ ମିଲି, ତାଙ୍କ ଭାଇ ର ହାତକୁ କାଟି ହତ୍ୟା କରାଯାଇଥିବା, ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ଜବତ କରି  ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଜଟଣୀ ଥାନା କେସ ନଂ ୬୮/୨୪, u/s ୩୦୨/୩୪IPC ରେ ଏକ କେସ ରୁଜୁ କରି, ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା ଚଲାଇଛି ଜଟଣୀ ପୋଲିସ।

Leave a Reply

Your email address will not be published. Required fields are marked *