Advertisement

ଜଟଣୀ, ୨୮/୧୧: ଜଟଣୀ ସରସ୍ୱତୀ ବିଦ୍ୟା ମନ୍ଦିର ରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ଖେଳକୁଦ ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଆଥଲେଟ କେଦାର କୁମାର ବରାଳ ଖେଳକୁଦ ଉତ୍ସବକୁ ଉଦଘାଟନ କରିଥିଲେ। ବିଦ୍ୟାଳୟରେ ୧୧୨୫ ଜଣ ଛାତ୍ର ଛାତ୍ରୀ ମାନେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ , ସର୍ଟ  ଫୁଟ ଥ୍ରୋ ଇତ୍ୟାଦି ରେ ଭାଗ ନେଇଥିଲେ।

ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାହାସ ବିହାରୀ ନରେନ୍ଦ୍ର, ସମ୍ମାନିତ ଅତିଥିଭାବେ ବିଜୁ ଜନତା ଦଳ ର ରାଜ୍ୟ ଉପସଭାପତି ଅନନ୍ତ ଶତପଥୀ, ବିଦ୍ୟାଳୟ କମିଟି ସମ୍ପାଦକ ରାମଚନ୍ଦ୍ର ସାହୁ , କ୍ରୀଡା ପ୍ରମୁଖ ପ୍ରହଲ୍ଲାଦ ସାହୁ, ଯୋଗଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଅଣ୍ଡର ୧୧ ବିଭାଗରେ ଶିଵ ପ୍ରସାଦ ସାହୁ, ତନ୍ମୟୀ ମହାନ୍ତି, ଅଣ୍ଡର ୧୪ ବିଭାଗରେ ସାର୍ଥକ ଜେନା, ଅଣ୍ଡର ୧୭ ବିଭାଗରେ ସତ୍ୟଜିତ ମୁଦୁଲି, ସିପ୍ରା ଶ୍ୱେତପଦ୍ମା ନାୟକ, ସୁଚିତ୍ରା ମହାପାତ୍ର, ଐଶ୍ୱର୍ଯ୍ୟା ସ୍ୱାଇଁ ବିବେଚିତ ହୋଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଖେଳକୁଦ ଉତ୍ସବ କୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *