Advertisement

ଜଟଣୀ: ଜଟଣୀ କିନ୍ନର ସମାଜ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ  ଖୋର୍ଦ୍ଧା ରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାଲେଶ୍ଵର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ, ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, କିନ୍ନର ମାନେ ମହମବତୀ ଧରି ଶୋଭାଯାତ୍ରାରେ ଯାଇଥିଲେ।

ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ  ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଶୋଭାଯାତ୍ରାରେ ଲିପ୍ସା କିନ୍ନର, ସଞ୍ଜନା  କିନ୍ନର, ପାୟଲ କିନ୍ନର, ଖୁସୀ କିନ୍ନର, ସୋନାଲି କିନ୍ନର ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *