Advertisement

ଜଟଣୀ,୧୭/୧୧: ଡିସେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୨୩ତମ ଜଟଣୀ ପୁସ୍ତକ ମେଳା। ସେଥିପାଇଁ ରବିବାର ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୩ ତମ ପୁସ୍ତକ ମେଳକୁ କିପରି ଲୋକପ୍ରିୟ କରାଯାଇପାରିବ ସେହି ବିଷୟରେ ସଭ୍ୟମାନେ ମତ ଦେଇଥିଲେ। ଯୁଗ୍ମ ସମ୍ପାଦକ ଡ: ଶଶି ରଥ, କୋଷାଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ନନ୍ଦ, ଅନ୍ତର୍ଯ୍ୟାମୀ ପ୍ରଧାନ, ସୀତାକାନ୍ତ ଶତପଥୀ, କିଶୋର ପାଇକରାୟ, ବ୍ରଜବନ୍ଧୁ ନାୟକ ପ୍ରମୁଖ ନିଜର ମତ ଦେଇଥିଲେ। ପଦ୍ମନାଭ ପାଣିଗ୍ରାହୀ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ପଦ୍ମଲୋଚନ ସାହୁ ଭବାନୀ ଶଙ୍କର ମହାପାତ୍ର, ଡ: ସୁକାନ୍ତି ମହାପାତ୍ର, ଆରତି ସେନ୍, ନର୍ମଦା ଦୋରା, ଦେବରାଜ ପ୍ରଧାନ, ନଟବର ସ୍ୱାଇଁ, ସୁଶାନ୍ତ ରାଉତ, ଅଜୟ ବିଶ୍ଵାଳ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ। ଶେଷରେ ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *