Advertisement

ଜଟଣୀ,୩/୪: ଜଟଣୀ ବ୍ଲକ ଅଧିନ ଜାମୁକୋଳି ଲବଣଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତ କାଲି ବୁଧବାର ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଜ୍ୟୋତି ଅର୍ପଣ ସହିତ ବ୍ରହ୍ମ ଧୁନିରେ  ଘୃତାହୁତି ପ୍ରଦାନ କରାଯାଇଥିଲା।  ସନ୍ଧ୍ୟା ସମୟରେ ଜ୍ୟୋତି ଅର୍ପଣ, ସମୂହ ପାର୍ଥନା, ସନ୍ଧ୍ୟା ବନ୍ଦନା, ଆଧ୍ୟାତ୍ମିକ ଧର୍ମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ଗୁରୁବାର ବ୍ରହ୍ମ ମୁହୂର୍ତ୍ତରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଆଶ୍ରମର ମୁଖ୍ୟ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନ ତଥା ପୂଜ୍ୟ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷତାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସଙ୍କ ସମେତ ଅନେକ ସିଦ୍ଧ ପୁରୁଷ ସାଧୁସନ୍ଥ ଯୋଗ ଦେଇଥିଲେ।

ସନାତନ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ । ଯେ ଆତ୍ମଜ୍ଞାନ ଦାତା ଯେ ଶରୀର ଆତ୍ମା ଓ ସମାଜକୁ ବଳ ପ୍ରଦାନ କରନ୍ତି, ଯାହାର ପ୍ରତ୍ୟକ୍ଷ ସତ୍ୟ ସ୍ୱରୂପ ଶାସନକୁ ସମସ୍ତେ ମାନନ୍ତି ତାହାଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଅର୍ପଣ କରିବାକୁ ସାଧୁ ମାନେ ଆହ୍ୱାନ କରିଛନ୍ତି । ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ ୩୯ବର୍ଷ ହେଲାଣି ଲବଣଗିରି ମହିମା ଆଶ୍ରମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି । ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ । ଏଠାକୁ ଆଖପାଖ ଅଞ୍ଚଳର, ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆସି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳ ଉତ୍ସବ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *