Advertisement

ଜଟଣୀ,୨୪/୩: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ, ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ, ୬୯ ତମ ରେଳ ସେବା ପୁରସ୍କାର – ୨୦୨୪ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ  ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ ଏସ ବାଜ୍ଵା ସମ୍ମାନିତ କରିଥିଲେ। ଉତ୍ସବରେ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ପି.କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ ଯୋଗଦେଇଥିଲେ।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ହୋଇଥିବା ସଫଳତାକୁ ଦୃଷ୍ଟିରେ ରଖି ମାଲ ପରିବହନରେ ( ଲୋଡିଂ ଏବଂ ଅନଲୋଡିଂ) ଖୋର୍ଦ୍ଧା ରୋଡ ଡିଭିଜନ୍, ସମସ୍ତ ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ କରିଥିବା ବେଳେ ମାଲ ବୋଝେଇ (ଲୋଡିଂ ଦୃଷ୍ଟିରୁ) ଭାରତୀୟ ରେଳବାଇ ରେ ଖୋର୍ଦ୍ଧା ରୋଡ ମଣ୍ଡଳ ତୃତୀୟ ନମ୍ବରରେ ରହିଛି। ଏହି ଅବସରରେ କର୍ମଚାରୀ, ଶ୍ରୀଜନକୁଞ୍ଜ, ଉତ୍କଳପବ୍ଲିକ ସ୍କୁଲ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ପିଲାମାନଙ୍କ ଦ୍ୱାରା, ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |

Advertisement

Leave a Reply

Your email address will not be published. Required fields are marked *