ରଣପୁର,୮/୩ : ସମଗ୍ର ବିଶ୍ୱରେ ମାର୍ଚ୍ଚ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳିତ କରାଯାଉଥିବା ବେଳେ ରଣପୁର ଏନଏସି ତରଫରୁ ମଣିନାଗ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଏହି ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡିଶାର ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଲେଖିକା ବୀଣାପାଣି ମିଶ୍ର, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରତିମା ଶତପଥି, ଶରତ କୁମାରୀ ଦେବୀ,ପୂର୍ବତନ ଏନଏସି ଅଧକ୍ଷା ସବିତା ଦାସ, କାଉନସିଲର ସୋନାଲି ପ୍ରଧାନ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ମମତା ପ୍ରଧାନ, କଲ୍ୟାଣୀ ପ୍ରଧାନ ଓ ସିନେ କଳାକାର ଖୁକି ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ରଣପୁର ମାଟିର ମହିୟସୀ ମହିଳା ତଥା ରାଜମାତା ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀ ଓଡିଶା ବିଧାନସଭା ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଗୁରୁଦାଇତ୍ବ ତୁଲାଇ ସାରାରାଜ୍ୟରେ ଖ୍ୟାତି ଅର୍ଜନ କରିଥିବାବେଳେ ରଣପୁର ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି ଯାହାକୁ ସମଗ୍ର ରଣପୁର ବାସୀ ଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି l ସ୍ଥାନୀୟ ବିଧାୟିକା ସୁରମା ପାଢ଼ୀ ରଣପୁର ମାଟିରୁ ଦୁଇଥର ମହିଳା ପ୍ରତିନିଧି ଭାବେ ଓଡିଶା ବିଧାନସଭାରେ ପ୍ରଥମ ଥର ସମବାୟ ମନ୍ତ୍ରୀ ଓ ଚଳିତ ସରକାରରେ ଓଡିଶା ବିଧାନସଭାର ଗୁରୁତ୍ୱପୂର୍ଣ ବାଚସ୍ପତି ଦାଇତ୍ୱରେ ଅଛନ୍ତି। ଖୁବ ଶୀଘ୍ର ମଣିନାଗ ରେ ରୋପୱେ ର ବ୍ୟବସ୍ଥା ହେଵାସହ ଉପରମଣିନାଗ ରାସ୍ତା କୁ ସୁଦୃଢ କରାଯିବ ଓ ଅସୁର କୁମାରୀ ଓ ଗୁମ୍ଫା ର ମଧ୍ୟ ବିକାଶ କରାଯିବା ବୋଲି ବାଚସ୍ପତି ମତବ୍ୟକ୍ତ କରିଥିଲେ l ପରିଶେଷରେ ସିନେକଳାକାର ଖୁକି ସ୍ୱାଇଁ ଙ୍କ ସହ ସ୍ଥାନୀୟ କଳାକାର ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l ବିଭିନ୍ନ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାଯ୍ୟକ୍ରମରେ ଶତାଧିକ ମହିଳା, ଆଶାକର୍ମୀ ଅଙ୍ଗନୱାଡି କର୍ମୀ, ପାଚିକା ସାହୟୀକାଙ୍କ ସହ ଶତାଧିକ ମହିଳା ଯୋଗଦେଇଥିଲେ। ଅମ୍ରିତା ମିଶ୍ର ମଞ୍ଚ ସଂଯୋଜନା କରିଥିଲେ l