Advertisement

ଜଟଣୀ: ମୋଦି ସରକାରଙ୍କ ନଅ ବର୍ଷ ଶାସନର ସୁଫଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ, ମହା ଜନ ସମ୍ପର୍କ ଅଭିଯାନରେ ଲୋକମାନଙ୍କୁ ପାଖକୁ ଯିବେ ବିଜେପି କର୍ମକର୍ତ୍ତା।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଜେପି  ନଗର ସଭାପତି ତିରୁପତି ଶତପଥିଙ୍କ ନେତୃତ୍ୱରେ, ଜଟଣୀ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। କିପରି ଦଳକୁ ସୁଦୃଢ କରାଯିବ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ହିତାଧିକାରୀ ମାନଙ୍କୁ, କିପରି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେହି ବିଷୟରେ ପ୍ରସ୍ତାବ ପାରିତ ହୋଇଥିଲା।

ଏହି ବୈଠକରେ ରାଜ୍ୟ ସଂଯୋଜକ ମହେଶ ମିଶ୍ର , ପ୍ରଶାନ୍ତ ପ୍ରଧାନ ,ରଶ୍ମି ମୟୀ ପଟ୍ଟନାୟକ , ରିନା ପଟ୍ଟନାୟକ, ପ୍ରଦୀପ ଜେନା, ନାଗ ଭୂଷଣ ରାୟ ,କବି ପାଇକରାୟ,ନାରାୟଣ ମହାନ୍ତି,ପ୍ରଶାନ୍ତ ବରାଳ,ରଘୁ ନାୟକ ନଳନି ସ୍ୱାଇଁ, ସିଦ୍ଧାର୍ଥ ପାତ୍ର, ପରେଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *