ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା ।  ଆସନ୍ତାକାଲି (ତା. ୧୭-୦୧-୨୫) ପକ୍ଷୀ ଗଣନା ପାଇଁ ଟ୍ରେନିଂ କ୍ୟାମ୍ପ ହେବ  ଓ ତା’ପର ଦିନ (ତା. ୧୮-୦୧-୨୫)  ହେବ ପକ୍ଷୀ ଗଣନା ।  ସମଗ୍ର ଚିଲିକାରେ ହେବ ଏହି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଇଲାକାରେ ଯଥା ଟାଙ୍ଗୀ , ବାଲୁଗାଁ , ସାତପଡ଼ା , ନୂଆପଡ଼ା , ରମ୍ଭା  ବନ୍ୟପ୍ରାଣୀ ବିଭାଗର ଚିଲିକା ଏରିଆରେ ହେବ ପକ୍ଷୀଙ୍କ ଗଣନା କାର୍ଯ୍ୟ ।  ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକା କୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି , ତାହାର ଟିକ୍-ନିଖ୍ ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ଠିକ୍ ସେହିପରି  ଚିଲିକା ରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି , ତାହାର ଗୋଟି ଗୋଟି କରି ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ସେଥିପାଇଁ  ତା. ୧୯-୦୧-୨୫ ରିଖରେ  ଡଲଫିନ୍ ଗଣନା ପାଇଁ ହେବ ଟ୍ରେନିଂ କ୍ୟାମ୍ପ ଓ ତା’ପର ଦିନ (ତା. ୨୦-୦୧-୨୫ , ତା. ୨୧-୦୧-୨୫ , ତା. ୨୨-୦୧-୨୫)  ଅର୍ଥାତ ୩ ଦିନ ଧରି  ହେବ ଡଲଫିନ୍ ଗଣନା ।  ବିଶେଷଜ୍ଞ , ଗବେଷକ , ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍ , ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହେଉଛନ୍ତି ।  ପାଗ ଅନୁକୂଳ ରହିଲେ ପକ୍ଷୀ ଓ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ । ବାଲୁଗାଁ-ବଡକୁଳ ସ୍ଥିତ CDA ର ଗବେଷଣା କେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ  ଚିଲିକା ବନ୍ୟପ୍ରାଣୀ ଡିଭିଜନ ର  DFO ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *