Advertisement

ବ୍ୟୁରୋ: ଦୀପାବଳିକୁ ଆଖି ଆଗରେ ରଖି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଛନ୍ତି ବାଣ ବେପାରୀ। ଆଜି ବେଗୁନିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ମାଣିବନ୍ଧ ଗ୍ରାମର କେଦାର ଧଳଙ୍କ ଘରେ ଚଢ଼ାଉ କରି  ବିପୁଳ ପରିମାଣର ବାରୁଦ, ବଡବଡ ପାଇପ୍, ରାସାୟନିକ ଦ୍ରବ୍ୟ ସହ ବିଭିନ୍ନ ବାଣ ତିଆରି ସାମଗ୍ରୀ ଜବତ କରିଛି ।

ଏହା ସହ ଘଟଣା ସ୍ଥଳରୁ ୫ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ। ତେବେ ପୋଲିସ ଚଢ଼ାଉ ଦେଖି ଚମ୍ପଟ ମାରିଛନ୍ତି ବାଣ ବେପାରୀ। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *