ବ୍ୟୁରୋ : ସୁଭଦ୍ରା ଯୋଜନାରେ ଆବେଦନ ନିମନ୍ତେ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ। ଜନସେବା କେନ୍ଦ୍ରରେ ହିତାଧିକାରୀ ମାନେ କିପରି ହିତାଧିକାରୀ ସହଜରେ ମାଗଣାରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ପାରିବେ ସେ ନେଇ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଜଣେ ହିତାଧିକାରୀଙ୍କୁ ଆବେଦନ ପାଇଁ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ ହୋଇଛନ୍ତି। ସୂଚନା ଅନୁଯାୟୀ  ଖୋର୍ଦ୍ଧା ପୌର ପରିଷଦ ଅଧିନ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ରକୁ ଜଣେ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଯାଇଥିଲେ। ସେଠାରେ ଆବେଦନ ପାଇଁ ତାଙ୍କୁ ଟଙ୍କା ମାଗିଥିଲେ। ହିତାଧିକାରୀ ଏନେଇ ଅଭିଯୋଗ କରିବା ପରେ, ପ୍ରଶାସନ ଘଟଣାର ତଦନ୍ତ କରି ଆଜି ଉକ୍ତ ଜନସେବା କେନ୍ଦ୍ରକୁ ସିଲ କରିବା ସହ ଜନସେବା କେନ୍ଦ୍ରର ମାଲିକଙ୍କୁ ପୋଲିସ ଅଟକ ରଖିଛି।

Leave a Reply

Your email address will not be published. Required fields are marked *