Advertisement

ବ୍ୟୁରୋ: ରଣପୁର ସୁନାଖଳା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ, ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୁଡ଼କୁ ଓଲ୍ହାଇଛି ପୋଲିସ।  ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଵିଶେଷ ସୂତ୍ରରୁ ଖବର ପାଇ କୋଟଗଡ଼ ନିକଟରେ ଜଣେ ବାଇକ ଚାଲାକକୁ ଅଟକ ରଖି ଚେକିଂ କରିବା ସମୟରେ, ତାହା ଠାରୁ ୭ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ପୋଲିସ ବ୍ରାଉନ ସୁଗାର ସହ ପଲସର ବାଇକ ଓଡ଼ି ୦୨ ବିଏଫ ୮୦୧୨ କୁ ଜବତ କରିଛି । ଘଟଣାର ତଦନ୍ତ ଚାଲୁଛି ଏହା ବେପାର ପଛରେ ବଡଧରଣର ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଥିବା କହିଛନ୍ତି ଶରଣକୁଳ ଏସଡିପିଓ ସୁଧାକର ସାହୁ ।

Advertisement

Leave a Reply

Your email address will not be published. Required fields are marked *