Advertisement

ବ୍ୟୁରୋ: ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ। ବିଭୁତି ବଳବନ୍ତରାୟ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ସମୟରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ , ବିଘ୍ନେଶ ବଳବନ୍ତରାୟ, ଆଇନଜୀବୀ ରଶ୍ମୀ ରଞ୍ଜନ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।

ଜଟଣୀ ବିଧାୟକ ସୁରେଶ ରାଉତରାୟ, ଅନନ୍ତ ବେହେରା, ସୁଦର୍ଶନ ସୁନ୍ଦରାୟ, ଅନନ୍ତ ଶତପଥୀ, ଉମାକାନ୍ତ ପଟ୍ଟନାୟକ, ପ୍ରମୋଦ ହରିଚନ୍ଦନ, ନମିତା ପାଲ ଙ୍କ ସମେତ ବିଭିନ୍ନ ୱାର୍ଡ ର କାଉନସିଲର, ସରପଞ୍ଚ , ସମିତି ସଭ୍ୟ ମାନେ ଶୋଭାଯାତ୍ରାରେ ବିଭୁତିଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।

Advertisement

Leave a Reply

Your email address will not be published. Required fields are marked *