ବ୍ୟୁରୋ: ଜଟଣୀ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ୬ଦଫା ଦାବି ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସମଗ୍ର ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା ବେଳେ, ଜଟଣୀ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ମାନେ ୬ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନରେ କରିଛନ୍ତି।

  ଓଡ଼ିଆରଏସ ନିୟମ, ୧୯୮୩ ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କ  ବେତନ  ଓଆରଏସପି ର ସ୍ତର -୮ (ସେଲ୍‌ -1) ଏବଂ ୯୦% ରାଜସ୍ୱ ନିରୀକ୍ଷକ ପୋଷ୍ଟ ପଦୋନ୍ନତି ପୋଷ୍ଟ ଭାବରେ ସ୍ଥିର କରାଯାଉ । ବିଓଆର କଟକ ଦ୍ବାରା ପ୍ରକାଶିତ ଜବ୍ -ଚାର୍ଟରେ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ପଦର ନାମକରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତ୍ତନ କରାଯାଇ ତଦନୁସାରେ ୩:୧ରାଜସ୍ବ ମଣ୍ଡଳରେ ତହସିଲ ଗୁଡ଼ିକରେ ନିଯୁକ୍ତ କରାଯାଉ । ଓଏସ ପାଇଁ ୨୫% ପୋଷ୍ଟ ପଦୋନ୍ନତି ଯୋଗ୍ୟ ରାଜସ୍ବ ସୁପରଭାଇଜରଙ୍କ ଦରମା, ସେବା କାର୍ଯ୍ୟକାଳ ଏବଂ ରାଜସ୍ଵ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖାଯାଉ । ଏହିପରି ୬ଟି ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଦାବି ପୂରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଜଟଣୀ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ଜଟଣୀ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *