ବ୍ୟୁରୋ: ସରକାରଙ୍କ ତହବିଲରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ, ଚାଲିଛି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ। କିନ୍ତୁ ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଫାଟକରେ ନୂଆ କରି ଲାଗିଥିବା କାଓ କ୍ୟାଚର୍ ଉପରେ ଏକ ଭାରି ଯାନ ଯିବା ସମୟରେ ଏହା ଦବି ଯାଇଛି।

ଏଥିରେ କେହି ଆହତ ହୋଇନାହାନ୍ତି। ପରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଆସି ଏହାର ତଦନ୍ତ କରିଛନ୍ତି। ଦବି ଯାଇଥିବା କାଓ କ୍ୟାଚର୍ ଟିକୁ କାଢି, ଉକ୍ତ ଜାଗାରେ ଡଷ୍ଟ ଫିଲିଙ୍ଗ କରି ଯିବା ଆସିବା ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ।

ତେବେ ୧କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଗୁଣବତ୍ତା କୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ।

Leave a Reply

Your email address will not be published. Required fields are marked *