ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ, ଉଦଘାଟନ ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର ଯୋଗଦେଇଥିଲେ।

ଶ୍ରୀ ମହାପାତ୍ର ପିଲାମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ, ଶରୀର ପାଇଁ କ୍ରୀଡାର ଆବଶ୍ୟକତା ରହିଅଛି। ପ୍ରତିଦିନ ଆମେ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଉଚିତ। ଉଦଯାପନୀ ସନ୍ଧ୍ୟାରେ ଏଚପିସିଏଲ ର  ଡିଜିଏମ ତୃପ୍ତିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଜଟଣୀ ପ୍ଲାଣ୍ଟ ର ପ୍ରବନ୍ଧକ ଶ୍ୟାମ ମନୋହର ଗୁପ୍ତା, ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ଜଟଣୀ ବ୍ଲକ ଏବିଇଓ ପୂର୍ଣ୍ଣିଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ,ବିଦ୍ୟାଳୟ ଉପ ସଭାପତି ସରୋଜ ବଳିୟାରସିଂ ଅଧକ୍ଷତା କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦିନିଆ କ୍ରୀଡା ଉତ୍ସବକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟ କମିଟିର ଉପସଭାପତି ଅଶୋକ ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *