Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜଙ୍ଗଲରେ ଆଜି ଅବକାରୀ ବିଭାଗ କରିଛି ବଡ ଧରଣର ଚଢ଼ାଉ। ଆଉ ବିପୁଳ ପରିମାଣର ମହୁଲୀ ମଦ ସହ ପୋଚ କରିଛି ଜବତ। ସୂଚନା ମୁତାବକ ବାଣପୁର ଥାନା ଅଧିନ କୋଶରଡା ଜଙ୍ଗଲରେ ବହୁ ଦିନ ଧରି ଚାଲିଥିଲା ମହୁଲୀ ମଦ ସହ ପୋଚ ବେପାର।

ବିଶେଷ ସୂତ୍ରରୁ ଖବର ପାଇ ଆଜି ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକଙ୍କ ନେତୃତ୍ୱରେ, ଟାଙ୍ଗୀ ବାଲୁଗାଁ ଅବକାରୀ ବିଭାଗ କରିଥିଲା ବଡ ଧରଣର ଚଢ଼ାଉ । ଚଢ଼ାଉ ଖବର ପାଇ ମଦ ମାଫିଆ ମାନେ ଜଙ୍ଗଲିଆ ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ଅବକାରୀ ବିଭାଗ ପୋଲିସ ସେଠାରେ ରହିଥିବା ମହୁଲୀ ମଦ ଓ ପୋଚକୁ ଜବତ କରିଛି।

Advertisement

Leave a Reply

Your email address will not be published. Required fields are marked *