Advertisement

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା, ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୮୨ଜଣ ମା’ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ ।

ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ।  ମା’ ମାନେ କିପରି ଶିଶୁ ମାନଙ୍କୁ ଲାଳନପାଳନ କରିବେ, ଶିଶୁ ମାନଙ୍କୁ କିପରି ଉତ୍ତମ ସଂସ୍କାର ଘରେ ପ୍ରଦନ କରାଯାଇପାରିବ, କିପରି ଶିଶୁ ମାନଙ୍କୁ ଘରେ ଖେଳ ମାଧ୍ୟମରେ ସମସ୍ତ ପାଠ ପଢେଇପାରିବା, ଏଭଳି ଅନେକ ବିଷୟ ଉପରେ ଅତିଥିମାନେ ନିଜ ବକ୍ତବ୍ୟ ମାଧ୍ୟମରେ କର୍ମଶାଳାରେ ଉପସ୍ଥିତ ମା’ ମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ନିଜ ବକ୍ତବ୍ୟରେ କହିଥିଲେ, ଉତ୍ତମ ଚରିତ୍ରବାନ ଶିଶୁ ନିର୍ମାଣ  କରିବାରେ ମା’ ମାନଙ୍କର ବିଶେଷ ଭୂମିକା ରହିଅଛି। ଶିଶୁ ବାଟିକା ପ୍ରମୁଖ ନମିତା ମିଶ୍ର ଆୟୋଜିତ ମାତୃ କର୍ମଶାଳାର ମୁଖ୍ୟ ଉଦେଶ୍ୟ ବିଷୟରେ କହିଥିଲେ। ପରେ ଉପସ୍ଥିତ ମା’ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *