Advertisement

ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ,  ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିରରୁ ହୋଇଛି ଲୁଟ୍। ଲୁଟେରା ମାନେ ଲୁଟି ନେଇଛନ୍ତି ମା’ ଉଗ୍ରତାରଙ୍କ ମୂଲ୍ୟବାନ ସୁନା ଗହଣା। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଏକାଧିକ ଲୁଟେରା ମନ୍ଦିର ଭିତରେ ପଶିଥିଲେ। ଆଉ ମା’ଙ୍କର ସୁନାରେ ନିର୍ମାଣ ଆଖି , ଚିତା, କିରଟୀ  ସହ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାର ଲୁଟିନେଇଛନ୍ତି। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ, ମନ୍ଦିର ପକ୍ଷରୁ ଟାଙ୍ଗୀ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ପାଇଁ ମନ୍ଦିରରେ ସିସିଟିଭି ଲଗାଯାଇଛି, ତାସହ ରାତ୍ରିଜଗୁଆଳି ମନ୍ଦିର ଜଗୁଛନ୍ତି। କିନ୍ତୁ ଏତେ କଡା ସୁରକ୍ଷା ବ୍ୟବସ୍ଥା ରହିବା ଭିତରେ, ମନ୍ଦିର ଲୁଟ୍ ହେବା ସନ୍ଦେହ ବଢ଼ାଉଛି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଦୁଇ ଥର ଲୁଟ୍ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *