ଜଟଣୀ: ଦିନକୁ ଦିନ ବଢି ଚାଲିଛି ଆଖିଧରା ସଂକ୍ରମଣ। ଚିନ୍ତାରେ ରହିଛନ୍ତି ସମସ୍ତେ। କିପରି  କରିବେ ଏହାର ମୁକାବିଲା।  ଜଟଣୀ ପୋୖର ପରିଷଦ ଅଧୀନରେ ଥିବା 23 ଗୋଟି ୱାର୍ଡ ଓ ଜଟଣୀ ବ୍ଲକ ଅଧୀନରେ ଥିବା 15ଟି ପଞ୍ଚାୟତରେ ବଢିଚାଲିଛି ଆଖିଧରା ସଂକ୍ରମଣ। ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା ମାନେ ହେଉଛନ୍ତି ଏହାର ଆକ୍ରାନ୍ତ। 

ପ୍ରତିଦିନ ସରକାରୀ ତଥ୍ୟ ଅନୁସାରେ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ 50ରୁ 60 ଜଣ ଆଖିଧରା ସଂକ୍ରମିତ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜିତେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁସାରେ ଏହି ଆଖିଧରା ସଂକ୍ରମଣ ପାଇଁ କେହି ଭୟଭୀତ ହେବା ଠିକ ନୁହଁ। ଏହା ସାଧାରଣତଃ ଭାଇରସ ଦ୍ୱାରା ହୋଇଥାଏ । ଏହା ସଂକ୍ରମିତ  ହୋଇଥିବା ବ୍ୟକ୍ତିଙ୍କ  ସଂସ୍ପର୍ଶରେ ଆସିଲେ ଏହା ଅନ୍ୟ ଜଣଙ୍କୁ ବ୍ୟାପିଥାଏ।  ଆଖିଧରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗାମୁଛା, ରୁମାଲ, ଲୁଗାପଟାକୁ ଅନ୍ୟ କେହି ବ୍ୟବହାର କଲେ ଏହା ଜଲଦି ବ୍ୟାପିଥାଏ।

ଆଖିଧରା ସଂକ୍ରମଣର ପ୍ରଭାବ  5 ରୁ 7 ଦିନ ପର୍ଯ୍ୟନ୍ତ ରହିଥାଏ। ତେଣୁ ସୁସ୍ଥ ବ୍ୟକ୍ତି ମାନେ ଏହି ସମୟରେ ବାରମ୍ବାର ଆଖିକୁ ସ୍ପର୍ଶ କରିବା ଠିକ ନୁହଁ। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ନଆସିବା ଭଲ। ସଂକ୍ରମିତ ହୋଇଥିବା ବ୍ୟକ୍ତି ମାନେ ନିଜ ହାତକୁ  ଦୁଇ ଘଣ୍ଟା ସମୟ ବ୍ୟବଧାନରେ ଧୋଇ ପରିଷ୍କାର କରିବା ଆବଶ୍ୟକ। ଦିନକୁ ଦୁଇ ରୁ ତିନ ଥର ଆଖିକୁ ସ୍ୱଛ ପାଣିରେ ଧୋଇବାର ଆବଶ୍ୟକତା ରହିଛି। ଏହି ସଂକ୍ରମଣ ବେଶି କ୍ଷତିକାରକ ହୋଇନଥିଲେ ମଧ୍ଯ ଆଖି ର ଯତ୍ନ ନେବା ଉଚିତ। ସଂକ୍ରମିତ ହୋଇଥିବା ସମୟରେ ଆଖିରେ କଳା ଚଷମା ପିନ୍ଧିବା ସହ, ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରିବା ଉଚିତ। ଜଟଣୀ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଆଖିଧରା ଚିକିତ୍ସା ପାଇଁ  ପର୍ଯ୍ୟାପ୍ତ ପରିମାଣର ଔଷଧ  ମହଜୁଦ ରହିଥିବା ଜଟଣୀ ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *