ଖୋର୍ଦ୍ଧା, ୧୯/୭: ଖୋର୍ଦ୍ଧା ଅଞ୍ଚଳର ସର୍ବ -ପୁରାତନ ଖବରକାଗଜ ବିତରକ ଭାବେ ଜଣାଶୁଣା ଘନଶ୍ୟାମ ସାମଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୈନନ୍ଦିନ ପରି ଶ୍ରୀ ସାମଲ ସକାଳୁ ବିଭିନ୍ନ ଖବରକାଗଜ ନେଇ ନିଜ ଗ୍ରାହକ ମାନଙ୍କୁ ବାଣ୍ଟିଥିଲେ। ନିଜ କାମ ସମାପ୍ତ କରି ବାସଭଵନ କୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଖୋର୍ଦ୍ଧା ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ, ଭୁବେନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଭୁବେନେଶ୍ୱର ମେଡିକାଲରୁ କଟକ ବଡ ମେଡିକାଲକୁ ଡାକ୍ତର ରେଫର କରିଥିଲେ। କଟକ ମେଡ଼ିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଶ୍ରୀ ସାମଲ ଜଣେ ଶାନ୍ତ, ସଚ୍ଚୋଟ, ସରଳ, ମେଳାପୀ ହକର ଭାବେ ଆଖ -ପାଖ ଅଞ୍ଚଳରେ ପରିଚିତ ଥିଲେ। ଖବରପାଇ ସମସ୍ତ ହକର, ଏଜେଣ୍ଟ, ସାମ୍ବାଦିକ ଶ୍ରୀ ସାମଲଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।


