Advertisement

ଜଟଣୀ, ୧୪/୦୭: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୮ତମ ଶ୍ରାଦ୍ଧ ଦିବସ ଆଜି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ, ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଗୋପବନ୍ଧୁ ସେବା ସଂଘ ଆନୁକୁଲ୍ୟରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ଆଜି ସକାଳ ଆଠଟାରେ ସ୍ଥାନୀୟ ମିଲ୍ ପୋଖରୀ ଠାରେ ତିଳୋତର୍ପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ କାଳନ୍ଦୀ ଚରଣ ମିଶ୍ର ମନ୍ତ୍ର ପାଠ କରି ତିଳ ତର୍ପଣ କରାଇଥିଲେ । ଏହା ପରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ପୌରହିତ୍ୟ କରିଥିଲେ । ଆଜିର ଯୁବ ଓ ଛାତ୍ର ସମାଜ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରର ହିତ ପାଇଁ ନିସ୍ବାର୍ଥପର ଭାବେ କାଯ୍ୟ କରିବାକୁ ଅତିଥ୍ ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ପୌରପରିଷଦର ନଗରପାଳ ଅନନ୍ତ ବେହେରା ମୁଖ୍ୟ ଅତିଥ୍ ରୁପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ରବି ସ୍ବାଇଁ,ବିମଳ ପ୍ରସାଦ ମହାନ୍ତି,ବୈଷ୍ଣବ ବରାଳ, ଇଂ ଭକ୍ତବନ୍ଧୁ ଚୌଧୁରୀ,ସାମାଦିକ ନିଳାସର ମିଶ୍ର, ରବିନ୍ଦ୍ର ପ୍ରସାଦ ମିଶ୍ର, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶନ୍ନ ମହାରଥୀ, ବାସୁଦେବ ସେଠୀ, କିଶୋର ଚନ୍ଦ୍ର ପାଇକରାୟ, କେ .ରାମା ରାଓ, ନଟବର ସ୍ବାଇଁ, କାହ୍ନୁ ଚରଣ ମହାରଣା, ବିଜୟ କେତନ ଜେନା, ଆଦି ନାରାୟଣ ଖଣ୍ଡୁଆଳ, ପ୍ରଧାନ ଶିକ୍ଷୟତ୍ରୀ ଟୁଲୁ ଦେଇ, ବିଜୟ କୁମାର ସ୍ବାଇଁ, ବାଉରିବନ୍ଧୁ ପ୍ରଧାନ,ଏମ.ଡି.ପରୱେଜ ହାଇଦର ପ୍ରମୁଖ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶେଷରେ ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *