Advertisement

ବ୍ୟୁରୋ: ଜଟଣୀ ଶ୍ରୀହରି ବିହାରସ୍ଥିତ ଶ୍ରୀ ବିଷ୍ଣୁ ମନ୍ଦିରର ୧୬ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଗତ ୭ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୧୦ ତାରିଖ ସନ୍ଧ୍ୟାରେ ପୂର୍ଣାହୂତି ହୋଇଛି ।

ଯଜ୍ଞ ଆରମ୍ଭରୁ ଅଙ୍କୁରୋପଣ,ଶାଲାଧୂବାସ, ଜଳଯାତ୍ରା, ସୂର୍ଯ୍ୟପୂଜା, ଶାଲାପୂଜା, ରୁଦ୍ରାଭିଷେକ, ଚଣ୍ଡିପାଠ, ଶ୍ରୀ ବିଷ୍ଣୁ ସହସ୍ରନାମ, ଧେନୁପୂଜା ଆଦି ରୀତିନୀତି ସଂପନ୍ନ ହୋଇଥିଲା। ଯଜ୍ଞରେ ରଞ୍ଜନ କୁମାର ମହାପାତ୍ର ଓ ସସ୍ମିତା ମହାପାତ୍ର କର୍ତ୍ତା ହୋଇଥିଲେ। ମୁଖ୍ୟ ପଣ୍ଡିତ ଦେବପ୍ରସାଦ ମହାରାଜ ଓ କୃଷ୍ଣ ପ୍ରସାଦ ମହାରାଜ ଯଜ୍ଞ କର୍ମ କରିଥିଲେ। ପୂର୍ଣାହୂତି ସନ୍ଧ୍ୟାରେ ଓଡ଼ିଶାର ସୁପରିଚିତ ପ୍ରବଚକ ମନୋଜ ପ୍ରଧାନ ଓ ସାଥି କଳାକାରଙ୍କ ଦ୍ୱାରା ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଯଜ୍ଞ ପୂର୍ଣାହୂତି ଦିବସରେ ଶ୍ରୀ ବିଷ୍ଣୁ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତ ମାନେ ଯଜ୍ଞ ପୂର୍ଣାହୂତି ଦର୍ଶନ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଶ୍ରୀ ବିଷ୍ଣୁ ମନ୍ଦିର ସେବା ସାଂସ୍କୃତିକ ପରିଷଦର ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଲିଙ୍ଗରାଜ ମହାରଣା, ଭୈରବ ସାମଲ, ରବିନ୍ଦ୍ର ନାଥ ନନ୍ଦ, ଦୀପ୍ତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *