ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଭିଯୋଗ ପ୍ରକଷ୍ଠୋରେ  ଘଟିଛି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ  କାର୍ଯ୍ୟାଳରେ ଥିବା ଅଭିଯୋଗ ପ୍ରକଷ୍ଠୋରେ କର୍ମଚାରୀମାନେ ବସି କାର୍ଯ୍ୟ କରୁଥିବା ସମୟରେ, କାର୍ଯ୍ୟାଳୟରେ ଲାଗିଥିବା ଇନଭିର୍ଟର ବ୍ୟାଟେରୀ ଫାଟି ନିଆଁ ଲାଗିଥିଲା।

ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା କିଛି କାଗଜ ପତ୍ର ପୋଡ଼ି ଯାଇଥିବା ବେଳେ ଇନଭିର୍ଟର ବ୍ୟାଟେରୀ ମଧ୍ୟ ପୋଡି ଯାଇଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ  ପହଞ୍ଚି ନିଆଁ କୁ ଆୟତ କରିଥିଲେ ।

Leave a Reply

Your email address will not be published. Required fields are marked *