Advertisement

ବ୍ୟୁରୋ: ଜଟଣୀ ଥାନା ଅଧିନ ରାମଚନ୍ଦ୍ରପୁର ୱାଟକୋ କାର୍ଯ୍ୟାଳୟର ପାଣି ଟାଙ୍କି  ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ। ବ୍ୟକ୍ତି ଜଣଙ୍କ ବେକରେ ଗାମୁଛା ବାନ୍ଧି କଇଁଆ ଗଛ ଡାଳରେ ଝୁଲିଥିବା ସ୍ଥାନୀୟ ଲୋକେ ଦେଖି ଜଟଣୀ ପୋଲିସ କୁ ଖବର ଦେଇଥିଲେ।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ପରିଛଳ ଗ୍ରାମର ବସନ୍ତ ସେଠୀ ଓରଫ ଝରିଆ। ସେ ପୂର୍ବରୁ ଜଟଣୀ ୱାଟକୋ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିଲେ, ୨୦୨୨ ମସିହାରେ ରେ କାର୍ଯ୍ୟ ରୁ ଅବସର ନେଇଥିଲେ। ସୂଚନା ମୁତାବକ ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ପାଣି ଟାଙ୍କି ନିକଟରେ ବୁଲୁଥିବା ସମୟରେ ଗଛରେ ମୃତ ଦେହ ଝୁଲୁଥିବାର ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ଜଟଣୀ ଥାନା କୁ ଜଣାଇଥିଲେ।  ସୂଚନା ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୧୪/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି , ଶବକୁ ବ୍ୟବଛେଦ ନିମନ୍ତେ ପଠେଇବା ସହ ତଦନ୍ତ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *