ବ୍ୟୁରୋ: 77ତମ ସ୍ଵାଧିନତା ଦିବସ  କଳା ଓ ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା  ଆର୍ଟ ଆଣ୍ଡ କଲଚର” ପକ୍ଷରୁ ଭୁବନେଶ୍ୱର ପୋଖରୀପୁଟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ସାଧନା ଶିକ୍ଷା ଅନୁଷ୍ଠାନର ଚାରୁକଳା, ନୃତ୍ୟ, ସଂଗୀତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନେ ସଙ୍ଗୀତ ମାଧ୍ୟମରେ ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜାତୀୟ ସଙ୍ଗୀତ ଓ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଛାତ୍ରଛାତ୍ରୀ ମାନେ ଗାନ କରିଥିଲେ।

ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ବିଶ୍ବାଳ, ଚାରୁକଳା ବିଭାଗର ଶିକ୍ଷକ ସୁଦର୍ଶନ ସାହୁ, ଓଡିଶୀ ନୃତ୍ୟ ବିଭାଗର ଶିକ୍ଷୟତ୍ରୀ ରୋଜି ସ୍ୱାଇଁ , ଆଧୁନିକ ନୃତ୍ଯ ଗୁରୁ ମାଷ୍ଟର ଗୋବିନ୍ଦା, କାର୍ଯ୍ୟକାରୀ ସଦସ୍ଯ ସରୋଜ ମିଶ୍ର, ଶୁଭେନ୍ଦୁ ବିଶ୍ବାଳ, ସୁଶାନ୍ତ ଷଡଙ୍ଗୀ, ଲଷ୍ମୀପ୍ରିୟା ସେଠି, ମୋନାଲିସା ରଥ, ଦେବର୍ଶୀ ନାଏକ, ସୁଲୋଚନା ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  ଅଭିଭାବକ, ସ୍ଥାନୀୟ ଜନସାଧାରଣଙ୍କ ସହ ଅନେକ ସମାଜସେବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *