ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ  ଜଟଣୀ ୟୁଥ ଫେଡେରେସନର ସମସ୍ତ କର୍ମକର୍ତ୍ତାମାନେ ଜଟଣୀ ଥାନା ଛକ ଗଣେଶ ପେଣ୍ଡାଲ ଠାରେ ଏକାଠି ହୋଇ 77ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜଟଣୀ ପୋୖର ପରିଷଦ ନଗରପାଳ ଅନନ୍ତ ବେହେରା, ଫେଡେରେସନର କାର୍ଯ୍ୟକାରୀ ସଭାପତି ସମାଜସେବୀ ରବୀନ୍ଦ୍ରନାଥ ମହାକୁଡ଼, ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସମ୍ପାଦକ ଅନନ୍ତ ଶତପଥି, ମନମୋହନ ରାଉତରାୟ, ଥାନା ଛକ ବ୍ୟବସାୟୀ ସଙ୍ଘ ସଭାପତି ରୋହତାଶ ଅଗ୍ରୱାଲ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀ, ସଂଗଠକ ରାମଚନ୍ଦ୍ର ମାର୍ଥା, ବରିଷ୍ଠ ଅଧୁବକ୍ତା ପ୍ରକାଶ ପାଟଶାଣୀ, ବିଜେଡି ଯୁବ ସଂଗଠକ ଚିନ୍ମୟ ମହାପାତ୍ର, ସୁଧାଂଶୁଶେଖର ସାହୁ, ଦିଲୀପ ସାହୁ, ଶିବପ୍ରସାଦ ମହାପାତ୍ରଙ୍କ ସହ ନାରୀ ଶକ୍ତି ମହିଳା ସଂଗଠନର ସଦସ୍ୟ, ଥାନା ଛକ ବ୍ୟବସାୟୀ ସଙ୍ଘର ସଦସ୍ୟ, ଜଟଣୀ ଥାନାର ପୋଲିସ କର୍ମଚାରୀ,   ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରୀଛାତ୍ର ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *