ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଲା ସଫଳତା। ଧଳା ଜହର ବେପାରୀ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଗତ ମାସ ୭ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ଛକରେ ବ୍ରାଉନସୁଗାର ବେପାରୀ ସୋମନାଥ ଭୁଜବଳ ଓରଫ ପାକୁକୁ  ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଆହତ ସୋମନାଥର ମେଡିକାଲରେ ଚିକିତ୍ସା ଚାଲିଥିଲା ବେଳେ  ତାର ମୃତ୍ୟୁ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଫେରାର ରହିଥିଲା। ତାକୁ ଧରିବାକୁ ଖୋର୍ଦ୍ଧା ପୋଲିସ ଜାଲ ବିଛେଇଥିଲା। ଯାହା ଏବେ ପୋଲିସକୁ ଦେଇଛି ସଫଳତା। ଗୁଳିମାଡ଼ ଘଟଣାରେ ସଞ୍ଜୟ ସହ ୬ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ଖଣ୍ଡା, ଗାଡ଼ି, ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ୪ଟି ବନ୍ଧୁକ, ୧୧ଟି ଜୀବନ୍ତ ଗୁଳି ଓ ୧୦ଟି ଦାମୀ ମୋବାଇଲ ଜବତ ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ.ପି. ସିଦ୍ଧାର୍ଥ କଟାରିଆ କହିଛନ୍ତି ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।

Leave a Reply

Your email address will not be published. Required fields are marked *