ବ୍ୟୁରୋ: ମୁସଲମାନ ଭାଇ ଭଉଣୀମାନେ ଆଜି ପାଳିଛନ୍ତି ଇଦ୍-ଉଲ୍ -ଜୁହା। ଏହି ପର୍ଵ ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ପାଳନ କରାଯାଇଥାଏ। ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା  ଜଣାଇଥାନ୍ତି ।

ଏହି ପର୍ବ ପାଇଁ ପ୍ରତେକଙ୍କ ଘରେ, ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଯଥା ଲାଛା, ସର୍ବତ,ବିରିୟାନୀ ଓ ହାଲୱା ତିଆରି କରାଯାଇଥାଏ।ବଳିଦାନ ଓ ସ୍ୱାର୍ଥ, ତ୍ୟାଗ ସହ ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’ ।

ଏହି ଅବସରରେ ଓଡ଼ିଶାରେ ଥିବା ବିଭିନ୍ନ ମସଜିଦ୍ ଓ ଇଦ୍-ଗାହ ପଡ଼ିଆରେ, ସକାଳ ସମୟରେ ସମୁହ ନମାଜ ପାଠ କରିଥିଲେ ମୁସଲମାନ ଭାଇମାନେ।  ପରେ ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ମିଶି, ଘରେ ତିଆରି ହୋଇଥିବା ସୁସ୍ଵାଦ ଖାଦ୍ୟ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *