ଜଟଣୀ: ଏକ ଗୋରୁ ଚମଡା ବୋଝେଇ ପିକଅପ ଭ୍ୟାନକୁ , ରାସ୍ତା ତଳକୁ ଓଲଟାଇ ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ବ୍ଲକ ଅଧିନ ଓରକଳ ବଜାର ହାଇଟେକ ଛକରେ ।

ସୂଚନା ମୁତାବକ ଜଟଣୀ ଆଡୁ ଏକ ପିକଅପ ଭ୍ୟାନ ସୁନ୍ଦରପଦା ଦେଇ ଭୁବନେଶ୍ୱର ଯିବା ସମୟରେ। ଓରକଳ ବଜାର, ହାଇଟେକ ଛକ ଉପରେ ଗାଡିଟି ଖରାପ ହୋଇଯାଇଥିଲା । ଗାଡିଟି ରାସ୍ତା ଉପରେ ରହିଯିବାରୁ ସେଠାରେ ବହୁତ ଭିଡ଼ ହୋଇଥିଲା। ଗାଡି ରାସ୍ତା ଉପରୁ ହଟେଇବାକୁ ଡ୍ରାଇଭରକୁ ଲୋକେ କହିଥିଲେ।

ସେହି ସମୟରେ ଗାଡ଼ିରୁ ଦୁର୍ଗନ୍ଧ ବାହାରିବାରୁ,  ସ୍ଥାନୀୟ ଲୋକେ ଡ୍ରାଇଭରକୁ ଗାଡି ଭିତରେ କଣ ଅଛି ବୋଲି ପଚାରିଥିଲେ। ଡ୍ରାଇଭର କିନ୍ତୁ ସଠିକ ଉତ୍ତର ଦେଇ ନପାରିବାରୁ, ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଗାଡ଼ିରେ ଘୋଡା ହୋଇଥିବା ଜରିପାଲ ଖୋଲି ଦେଖିଥିଲେ।

ଗାଡ଼ି ଭିତରେ ଗୋରୁ ଚମଡା ଭର୍ତ୍ତି ହୋଇଥିବା ଜାଣି। ରାଗରେ ସ୍ଥାନୀୟ ଜନସାଧାରଣ ଓ  କିଛି ବଜରଙ୍ଗ ଦଳର  ସଦସ୍ୟ  ଗାଡିକୁ ତଳକୁ ଓଲଟାଇ ଦେବାସହ। ଗାଡିର ଡ୍ରାଇଭର ଏବଂ ହେଲପରଙ୍କୁ ପୋଲିସ ଜିମା ଦେଇଛନ୍ତି। ଏୟାରଫିଲଡ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *