Advertisement

ଜଟଣୀ, ୨୮/୪:  ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ଶ୍ରୀ ବିଶ୍ୱନାଥ ମନ୍ଦିର ପରିସରରେ ମଧୁସୂଦନ ଦାସ ଜୟନ୍ତୀ ଏବଂ ଓକିଲ ଦିବସ ପାଳିତ ହୋଇଯାଇଛି। ଅଧିବକ୍ତା ପରିବାର ଜଟଣୀର ଆବାହକ ଆଇନଜୀବୀ ରଶ୍ମିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେବ ପ୍ରସାଦ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଆଇନଜୀବୀ ରବି ରାଉତରାୟ, ଅକ୍ଷୟ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଆଇନଜୀବୀ ବାଉରୀ ବନ୍ଧୁ ସାହୁ, ଶିଵ ପ୍ରସାଦ ରଥ, ଶରତ ପାଇକରାୟ, ଅରୁଣ କୁମାର ସାହୁ, ସମୀର କୁମାର ଜେନା, ବିଜୟ ମହାପାତ୍ର, କାଶୀନାଥ ପ୍ରଧାନ, ସୁର ସେଠୀ, ଅକ୍ଷାଂଶୁ ନାୟକ ପ୍ରମୁଖ ଯୋଗଦେଇ ମଧୁସୂଦନ ଦାସଙ୍କ ବିଷୟରେ ଆଲୋଚନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *