Advertisement

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।

ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି ଶତପଥୀଙ୍କ ନେତୃତ୍ୱରେ, ବିଜେପି କର୍ମୀମାନେ ଜଟଣୀ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ, ଭେଟିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ଆଗାମୀ ଦିନରେ କିପରି ବିଦ୍ୟୁତ କାଟ ନହେବ ସେଥିପାଇଁ ଚେତାବନୀ ଦେଇଥିଲେ। ଏହି ଆଲୋଚନାରେ ବିଜେପି କର୍ମୀ ମହେଶ ମିଶ୍ର, ପ୍ରଦୀପ ଜେନା, ନାଗ ଭୂଷଣ ରାଓ, ବାପୁ ମହାନ୍ତି, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ।

Advertisement

Leave a Reply

Your email address will not be published. Required fields are marked *