Advertisement

ବ୍ୟୁରୋ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଜଟଣୀ ସ୍ଥିତ ବଡ଼ ବଜାର ସେବା କେନ୍ଦ୍ରରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଯୁଗରେ ବିପରୀତ ପରିସ୍ଥିତିର କିପରି ସାମ୍ନା କରିପାରିବା ଏହା ଉପରେ ଲଣ୍ଡନରୁ ଆସିଥିବା ବ୍ରହ୍ମକୁମାରୀ ଗୋପୀ ଦିଦି ନିଜର ବକ୍ତବ୍ୟ ରଖୁଥିଲେ ।

ରାଜଯୋଗ ଏବଂ ଈଶ୍ବରୀୟ ଜ୍ଞାନ ହିଁ ମନୁଷ୍ୟକୁ ସବୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାର ଶକ୍ତି ପ୍ରଦାନ କରିପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ଛାତ୍ର ତଥା ଗଣମାଧ୍ଯମର ବହୁ ପ୍ରତିନିଧି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଇ.ଆଇ.ଟି ର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଟଣୀ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *