Advertisement

ବ୍ୟୁରୋ: ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀର ୯୦ତମ ବାର୍ଷିକ ଅଧିବେଶନ, ନଭେମ୍ବର ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନାଇଜର ଓ ଆଇଆଇଟି ରେ ଅନୁଷ୍ଠିତ ହେବ । ଆଜି ନାଇଜରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ଉମେଶ ୱଗମାରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଇଜର ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ, ଭାରତୀୟ ବିଜ୍ଞାନ ଏକାଡେମୀର ସମ୍ପାଦକ ପ୍ରଫେସର ବିଜୟ ମୋହନ ପିଲାଇ, ଭାରତୀୟ ବିଜ୍ଞାନ ଏକାଡେମୀର ସମ୍ପାଦିକା ପ୍ରଫେସର ରିନି ଭରଗିଜ୍, ନାଇଜର ଭୁବନେଶ୍ୱର ର କୁଳସଚିବ ଡ. ଅଭୟ କୁମାର ନାୟକ ଓ ଭାରତୀୟ ବିଜ୍ଞାନ ଏକାଡେମୀର ସଂଯୋଜକ ସି. ଗୁଣନାଥନ୍ । ଆସନ୍ତା ନଭେମ୍ବର  ୮ ଓ ୯ ତାରିଖରେ ନାଇଜର ଭୁବନେଶ୍ୱର କ୍ୟାମ୍ପସ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖରେ ଆଇଆଇଟି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବାର୍ଷିକ ଅଧିବେଶନରେ ବିଜ୍ଞାନର ବିଭିନ୍ନ ଦିଗରୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।  ଯେଉଁଥରେ ୩୦ରୁ ଉର୍ଦ୍ଧ ବିଷୟବସ୍ତୁ ସେଠାରେ ଉପସ୍ଥାପିତ ହେବ । ଗବେଷକ ତ‌ଥା ଫେଲୋମାନେ ସେମାନଙ୍କର ଗବେଷଣାକୁ ସେଠାରେ ଉପସ୍ଥାପିତ କରିବେ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଥିବା ବୈଜ୍ଞାନିକ, ଆସୋସିଏଟ୍ ଏବଂ ଗବେଷକ ଏଥିରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିଜ୍ଞାନ ଏକାଡେମୀର ସଭାପତି କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *